ସେ ଦିନ ର ସ୍ମରଣୀୟ ଘଟଣା ଟେ ଏମିତି ଥିଲା…..

[14:05, 07/05/2021] MANJU NAYAK: କାଲି ମୋତେ ଏ ଖବର ଖୁବ ଆଘାତ ଦେଇଥିଲା. ଅବଶୋଷ ରହିଗଲା ତାଙ୍କୁ ଜଣାଇପାରିଲିନି ଯେ ତାଙ୍କ ପ୍ରତି ମୁଁ ଆଉ ସାରା ଓଡିଶା ର ମହିଳା ମାନେ କେତେ କୃତଜ୍ଞ !! ସେ ଏମିତି ଜଣେ ସାଧାରଣ ନେତା ନ ଥିଲେ ଯେ ମୁଁ ଫୋନ ଟେ କରି ଅବା ଚିଠି ଖଣ୍ଡେ ଲେଖି ତାଙ୍କୁ ଧନ୍ୟବାଦ ଜଣାଇଥାନ୍ତି. କିନ୍ତୁ ସେ ନିଜେ ଖୁବ ଖୁସି ଓ ସନ୍ତୁଷ୍ଟ ଥିଲେ ଯେ କିଛି ମୁଦ୍ଦା ନେଇ ଏଥର ବିଜୁ ବାବୁ ଙ୍କୁ ଦେଖା କରିବେ. ଯାହା ତାଙ୍କର ଏଇ ଓଡିଶା ଗସ୍ତ କୁ ସାର୍ଥକ କରିବ.
ସଂକ୍ଷେପ ରେ କଥା ଟି କହୁଛି. 1990 ମସିହା କଥା.ରାଉରକେଲା ରେ ସେତେବେଳେ ମୋର ଗୋଟିଏ ବଡ଼ ମହିଳା ସଂଗଠନ ଥାଏ. ଯାହାର କୌଣସି ରାଜନୈତିକ ଦଳ ସହ ସମ୍ପର୍କ ନ ଥିଲା କିମ୍ବା ଟଙ୍କାଟିଏ କାହାଠାରୁ ଚାନ୍ଦା ବା ଅନ୍ୟାନ୍ୟ ଅନୁଗ୍ରହ ପାଇଁ ହାତ ପତାଉ ନଥିଲା. ସବୁ ଦଳ ର ନେତା ଙ୍କୁ ଏହା ବାଧୁଥିଲେ ବି ଦିଲ୍ଲୀପ ରାୟ ଶାସକ ଦଳ ରେ ମନ୍ତ୍ରୀ ଥାନ୍ତି. ବିଜୁବାବୁ ଙ୍କର ଖୁବ ପ୍ରିୟ ଓ ଓଡିଶା ରେ ଜଣେ ପ୍ରଭାବଶାଳୀ ଜନନେତା ଥିଲେ. ଆମ ମହିଳା ସଂଗଠନ ଟିକୁ ସେ ସମ୍ମାନ ଦେଉଥିଲେ. ଆମର ସବୁ ନ୍ୟାୟଗତ ଦାବୀ କୁ ମଧ୍ୟ ସ୍ୱୀକାର କରି ବିଭିନ୍ନ ବସ୍ତି ରେ ପାଣି ଲାଇଟ ମହିଳା କର୍ମ ସଂସ୍ଥାନ ର ବ୍ୟବସ୍ଥା ରେ ସହଯୋଗ କରୁଥିଲେ. ସାରାଜୀବନ ମୁଁ ନିଜ ସ୍ୱାର୍ଥ ନ ଦେଖି ସମୂହ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବାରୁ ସେ ବା ଅନ୍ୟ ଦଳ କେହି ବିରୋଧ କରିବା ସମ୍ଭବ ହୋଇପାରିନଥିଲା. ବରଂ ସମର୍ଥନ ଓ ପ୍ରଶଂସା ଖୁବ ମିଳୁଥିଲା.
ସେଇବର୍ଷ ବିଜୁ ପଟ୍ଟନାୟକ ଙ୍କୁ ସାକ୍ଷାତ କରିବାକୁ ଏକ ବିଶେଷ କାର୍ଯ୍ୟକ୍ରମ ରେ କେନ୍ଦ୍ରମନ୍ତ୍ରୀ ଥିବା ଅଜିତ ସିଂ ଆସିଥାନ୍ତି. ଦିଲ୍ଲୀପ ରାୟ ଙ୍କର ସେ ନିକଟତର ଥିଲେ ଓ ରାଉରକେଲା ରେ ପ୍ରଥମେ ତାଙ୍କୁ ଭେଟି ଏକ ରାଜନୈତିକ ସମୀକରଣ ସମ୍ପର୍କ ରେ ବାର୍ତାଳାପ ସହିତ ତାଙ୍କ ସମ୍ବର୍ଦ୍ଧନା ସଭା ରେ ଉପସ୍ଥିତ ରହି ପରଦିନ ଭୁବନେଶ୍ୱର ଯିବାର program ରହିଲା.
ଅଜିତ ସିଂ ଙ୍କ ସମ୍ମାନାର୍ଥେ ଏକ ବିରାଟ ସଭା ସେଦିନ ଅନୁଷ୍ଠିତ ହୋଇଥିଲା. ଆମ ମହିଳାସଙ୍ଘ ର ସଦସ୍ୟା ମାନେ ଉପସ୍ଥିତ ଥିଲେ. ଆମେ ପୂର୍ବ ଦିନ ମୀଟିଙ୍ଗ ରେ decide କରିଥିଲୁ ଯେ ଏତେ ଯୁଦ୍ଧ ଆଉ କରିହେବନି କେନ୍ଦ୍ର ସରକାର ଙ୍କୁ ଆମ ଦାବିପତ୍ର ଦେବୁ. ନୀତି ନିୟମ ବିନା ବ୍ୟକ୍ତିଗତ ଉଦ୍ୟମ ରେ କେତେ ମହିଳା ମାନଙ୍କୁ ଆବଶ୍ୟକତା ବେଳେ ଋଣ ଦେବୁ? କେତେ ବଡି ଚେନାଚୁର ପାମ୍ପଡ ହଳଦୀ ପାଇଁ ମୂଳଧନ ଯୋଗାଇବୁ? ପୁଣି କ୍ଷମତା ବିନା କ୍ଷମତା ଶାଳୀ ପୁରୁଷ ଙ୍କ ଅନ୍ୟାୟ ବିରୁଦ୍ଧ ରେ ଲଢ଼ିବୁ?
ନାଁ ଆମକୁ କ୍ଷମତା ଦରକାର.
ମୁଁ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଉଦ୍ଦେଶ୍ୟ ରେ memorandum ଟେ ଲେଖିଲି ଓ ସେଇ ସଭାରେ ଦିଲ୍ଲୀପ ଙ୍କୁ ଅନୁରୋଧ କଲି ମୋ କଥା ରଖିବା ପାଇଁ. ସୌଭାଗ୍ୟ ବଶତଃ ଦିଲ୍ଲୀପ ରାୟ ରାଜି ହୋଇଗଲେ. ମୁଁ ଓଡ଼ିଆ ରେ କହିଲି ଓ memorandum ଟିକୁ ମଧ୍ୟ ଓଡ଼ିଆ ରେ ଲେଖିଥିଲି. ଦିଲ୍ଲୀପ ବାବୁ ବି ନିଶ୍ଚିତ ଥିଲେ ଯେ ଭାଷଣ ଯେହେତୁ ଓଡ଼ିଆ ରେ ଯଦିବି କିଛି ବିରୋଧ ରେ ଥିବ ତାକୁ ଅଜିତ ସିଂ ବୁଝି ପାରିବେନି. ମୋତେ ଖୁସି କରିବା ସହିତ କେନ୍ଦ୍ର ମନ୍ତ୍ରୀ ଙ୍କୁ ବି କିଛି ଅସୁବିଧା ହେବନି. ଘଟଣା କିନ୍ତୁ ଅନ୍ୟ ପ୍ରକାର ଘଟିଲା.
ମୁଁ ଭାଷଣ ଦେଲାବେଳେ ଗ୍ୟାଲେରୀ ତାଳି ରେ ଏତେ ପ୍ରକମ୍ପିତ ହେଲାଯେ ଅଜିତ ସିଂ ଆଶ୍ଚର୍ଯ୍ୟ ହୋଇ ପାଖରେ ବସିଥିବା ଦିଲ୍ଲୀପ ଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରୁଥିଲେ.
ଶେଷରେ ଅଜିତ ସିଂ ତାଙ୍କ ଭାଷଣ( ହିନ୍ଦୀ) ରେ କହିଲେ ଯେ ମୁଁ ଦିଲ୍ଲୀପ ରାୟ ଙ୍କୁ ପଚାରୁଥିଲି ଯେ ଏ ମହିଳା କଣ କହୁଛନ୍ତି ଯେ ସମର୍ଥନ ରେ ଏତେ ତାଳି ହେଉଛି !!??? ଦିଲ୍ଲୀପ ମୋତେ କହିଲେ ଆମ ମାଡାମ ଭାରି ଉଚ୍ଚ ଆଶା ରଖନ୍ତି. ନ ହୋଇପାରିବା ଭଳି ସ୍ବପ୍ନ ଦେଖନ୍ତି.
” ସେ demand କରୁଛନ୍ତି ମହିଳା ମାନଙ୍କ ପାଇଁ ପଞ୍ଚାୟତ ପୌର ପାଳିକା ଓ ବିଧାନସଭା ରେ 33% ସଂରକ୍ଷଣ ରଖାଯାଉ “” ତେବେ ଯାଇ ବିଜୁବାବୁଙ୍କ ସ୍ବପ୍ନ ସହିତ ଦେଶ ତଥା ରାଜ୍ୟ ର ମହିଳା ମାନଙ୍କ ସ୍ବପ୍ନ ସଫଳ ହୋଇପାରିବ.
” Bank ମାନେ ମହିଳା ସମିତି ମାଧ୍ୟମରେ ବଡ଼ି ପାମ୍ପଡ ଓ କ୍ଷୁଦ୍ର ବ୍ୟବସାୟ ପାଇଁ ଅଲଗା ଋଣ ଯୋଗାଇ ଦିଅନ୍ତୁ. ତେବେ ଯାଇ ସେମାନେ ସ୍ୱାବଲମ୍ବୀ ହେବେ. “
ସେ ଏ କଥା କହୁଥିଲା ବେଳେ ଦିଲ୍ଲୀପ ରାୟ ହସୁଥିଲେ. କାରଣ ସେ ଏହାକୁ ଅବାସ୍ତବ ବୋଲି ଭାବୁଥିଲେ. ଆମେ ଯେଉଁମାନେ ତୃଣମୂଳ ସ୍ତର ରେ କାର୍ଯ୍ୟ କରୁଥିଲୁ ଏହା ଆମ ପାଇଁ ଅପରିହାର୍ଯ୍ୟ ଥିଲା. ବଡ଼ ଲୋକ ମାନେ ହୁଏତ ଏ କଥା ବୁଝିବେନି. କିନ୍ତୁ ସେଦିନ ବିଦେଶ ରେ ପାଠ ପଢି ଆମେରିକା ରେ ଚାକିରୀ କରିଥିବା ଅଜିତ ସିଂ ଙ୍କୁ ଏହି ଦାବୀ ଭଲ ଲାଗିଥିଲା.
ଅଜିତ ସିଂ ସେଦିନ ସେଇଠି ସମସ୍ତଙ୍କୁ ଚମକାଇ ଦେଇ କହିଥିଲେ ” ମୁଁ ବିଜୁପଟ୍ଟନାୟକ ଙ୍କୁ ଏହି ଦାବିପତ୍ର ନିଶ୍ଚୟ କାଲି ଦେବି. ଓ ଏ ସମ୍ପର୍କ ରେ ରାଜ୍ୟ ସହିତ କେନ୍ଦ୍ର ରେ ଆଲୋଚନା କରିବି. “
ମୋତେ memorandum ଟିକୁ ନିଜେ ସେ ମାଗିନେଲେ ଓ ତାଙ୍କ ସହାୟକ କୁ filing କରିବାକୁ ନିର୍ଦ୍ଦେଶ ଦେଇଥିଲେ.
ତା ପରେ ସେ ବିଜୁ ପଟ୍ଟନାୟକ ଙ୍କୁ ଆମ demand ସମ୍ପର୍କ ରେ ଜଣାଇ memorandum ହସ୍ତାନ୍ତର କରିଥିଲେ ବୋଲି ମୁଁ ନିଜେ ପରବର୍ତ୍ତୀ ସମୟ ରେ ବିଜୁ ବାବୁଙ୍କ ଠାରୁ ଜାଣିବାକୁ ପାଇଥିଲି. ସେତେବେଳେ ବିଜୁ ବାବୁଙ୍କର ମୁଁ ନିକଟତର ଥିବା ଯୋଗୁଁ ଏ ସମ୍ପର୍କ ରେ ତାଙ୍କ ସହିତ ମୋର ଅନେକ ଆଲୋଚନା ହେବା ସମ୍ଭବ ହୋଇଥିଲା.
ପରବର୍ତ୍ତୀ ସମୟ ରେ ବିଜୁବାବୁ ଙ୍କ ଅସୀମ ଆଗ୍ରହ ଓ ଦୁରଦୃଷ୍ଟି ପାଇଁ ଓଡିଶା ରେ ମହିଳା ମାନଙ୍କ ପାଇଁ ସଂରକ୍ଷଣ ହୋଇପାରିଥିଲା. ପରବର୍ତ୍ତୀ ସମୟ ରେSHG ଗ୍ରୁପ ମାଧ୍ୟମ ରେ ମହିଳା ଙ୍କୁ ଅନେକ ପ୍ରକାର ର ସହାୟତା ପ୍ରଦାନ କରାଯିବା ସହିତ ମହିଳା ସଶକ୍ତିକରଣ ର ପୃଷ୍ଠଭୂମି ର ପରିକଳ୍ପନା କରାଯାଇଥିଲା.
ଏ ସବୁ ପଛରେ ସେଇ ମହାନ ନେତା ଅଜିତ ସିଂ ଙ୍କ ଅବଦାନ ନିଶ୍ଚିତ ଭାବେ ପ୍ରଶଂସନୀୟ ଓ ତାଙ୍କ ନାମ ଏକ ଆଦର୍ଶ ନେତୃତ୍ୱ ର ସ୍ମରଣୀୟ ସ୍ଵାକ୍ଷର ହୋଇ ରହିବ

You might also like
Leave A Reply

Your email address will not be published.