ଓଡ଼ିଶାରେ ପ୍ରତିବର୍ଷ ୮୦୦୦ ଜଣଙ୍କୁ ନର୍ସିଂ ତାଲିମ ଦିଆଯାଉଛି

ଭୁବନେଶ୍ୱର: ଆଜି ନର୍ସିଂ ଦିବସ ଡାକ୍ତରମାନଙ୍କ ସହ ନର୍ସମାନେ କରୋନା ଯୋଦ୍ଧା ପାଲଟିଛନ୍ତି । ସମଗ୍ର ବିଶ୍ୱ କୋଭିଡ-୧୯ ମୁକାବିଲା କରୁଥିବା ବେଳେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନର୍ସମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏମିତି ସମୟ ବି ଆସିବ, କରୋନା ଭାଇରସ ଚାଲିଯିବ, କି;ୁ ଏହି ଦୁର୍ଦ୍ଦିନରେ ନିଜ ଜୀବନକୁ ବାଜି ଲଗାଇ ସେବା ଯୋଗାଉଥିବା ନର୍ସମାନେ ସବୁଦିନ ପାଇଁ ମନେ ରହିବେ । ରାଜ୍ୟ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଆଜି ଏହା କହିଛନ୍ତି । ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗ୍‌ଚୀ କହିଛନ୍ତି, ବର୍ତ୍ତମାନ ସାରା ଦେଶରେ ୨୨ ଲକ୍ଷ ନର୍ସଙ୍କ ଅଭାବ ରହିଛି । ଫଳରେ ଚିକିତ୍ସା କ୍ଷେତ୍ରରେ ସେବା ପାଇଁ ଅସୁବିଧା ସୃଷ୍ଟି ହେଉଛି । ଓଡ଼ିଶାରେ ପ୍ରତିବର୍ଷ ୮୦୦୦ ଜଣଙ୍କୁ ବିଭିନ୍ନ ନର୍ସିଂ କଲେଜରେ ନର୍ସିଂ ତାଲିମ ଦିଆଯାଉଛି । ଚିକିତ୍ସା ସେବା କ୍ଷେତ୍ରରେ ନର୍ସମାନଙ୍କ ଅବଦାନ ସ୍ମରଣୀୟ । ନର୍ସମାନଙ୍କ ସେବା ଯୋଗୁଁ ରୋଗୀଙ୍କୁ ଆଶ୍ୱସ୍ତି ମିଳିଥାଏ । ଜଣେ ରୋଗୀ ନର୍ସମାନଙ୍କର ଭଲ ଭଲ କଥାରେ ଦୁଃଖ ଓ କଷ୍ଟକୁ ଭୁଲିଯାଇଥାଏ ।

You might also like
Leave A Reply

Your email address will not be published.