ପୁଲିସ୍‌କୁ ପିଟି ବନ୍ଧା ହେଲେ ୫

କୋରାପୁଟ: କୋରାପୁଟ ଜିଲ୍ଲା କାକରିଗୁମ୍ମା ଗୌଡ଼ଗୁଡ଼ାରେ ଗତକାଲି ଏକ ଟିପ୍ପର ଧକ୍କାରେ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଥିଲା।  ଏଥିଯୋଗୁ ଦେଖାଦେଇଥିବା  ଉତ୍ତେଜନା ଥମିବା ନାଁ ଧରୁନି। ପୁଲିସ୍‌କୁ ଠେଲାପେଲା ଅଭିଯୋଗରେ ଆଜି ୫ ଜଣ ଗିରଫ ହୋଇଥିବା ବେଳେ ପାଟ୍ରୋଲିଂକୁ ଜୋରଦାର କରିଛି ପୁଲିସ୍‌। ସୂଚନାଯୋଗ୍ୟ, କାକିରିଗୁମା ଥାନା ଗୌଡଗୁଡା ଗ୍ରାମ ପଞ୍ଚାୟତ ମେରକା ଗ୍ରାମର ଯୁବକ ଲଳିତ ଗଲୋରୀ ଗତକାଲି ସନ୍ଧ୍ୟାରେ ଦାମନଯୋଡ଼ିରୁ ଘରକୁ ଫେରୁଥୁବାବେଳେ ବାରିଗାଁ ନିକଟରେ  ଏକ ଟିପ୍ପର ତାଙ୍କୁ ଧକ୍କା ଦେଇଥିଲା।  ଘଟଣାସ୍ଥଳରେ ହିଁ ଲଳିତଙ୍କ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ଘଟାଇଥିବା ଟିପ୍ପର ଚାଳକ ଘଟଣାସ୍ଥଳରୁ ଖସିପଳାଇ ପୁଲିସ୍‌କୁ ସୂଚନା ଦେଇଥିଲା । ଗ୍ରାମବାସୀକୁ ନଜଣାଇ ପୁଲିସ୍‌ ଗତକାଲି ମୃତଦେହ ବ୍ୟବଚ୍ଛେଦ ପାଇଁ କୋରାପୁଟ ପଠାଇଥିବା  ଅଭିଯୋଗ ଆଣିଛନ୍ତି ମୃତକଙ୍କ ସମ୍ପର୍କୀୟ।

You might also like
Leave A Reply

Your email address will not be published.