ଲାଞ୍ଚନେଉଥିଲେ ଆର୍‌ଆଇ, ଜଗିବସିଥିଲା ଭିଜିଲାନ୍ସ, ଠିକ୍ ବେଳକୁ ମାଡ଼ିବସିଲା

ବୌଦ୍ଧ,୧୬।୭: ଜମି ଡିମାର୍କକେସନ କରିବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ ଆର୍‌ଆଇ। ଘଟଣା ଘଟିଛି ବୌଦ୍ଧ ଜିଲ୍ଲାରେ। ଦହ୍ୟା ଆର୍.ଆଇ ଗଜେନ୍ଦ୍ର ଦିଗଲ ଲାଞ୍ଚ ନେଉଥିଲା ତାଙ୍କୁ କୌଶଳ କରି ଧରିଥିଲା ଭିଜିଲାନ୍ସ।

ମିଳିଥିବା ସୂଚନା ଅନୁସାରେ, ବୌଦ୍ଧଜିଲ୍ଲା ମନମୁଣ୍ଡା ଥାନା  ପୁଡୁଗା ପଥର ଗ୍ରାମର ସୁଶାନ୍ତ ଥାଟି ତାଙ୍କର ଜମି ଡିମାର୍କକେସନ କରିବା ପାଇଁ ଆରଆଇ ଦହ୍ୟା ଆର୍.ଆଇ ଗଜେନ୍ଦ୍ର ଦିଗଲ ଲାଞ୍ଚ ଦେଉଥିଲେ। ହଜାରେ କି ଦୁଇ ହଜାର ନୁହେଁ, ଆର୍‌ଆଇ ଏକାଥରକେ ୧୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ଛକି ବସିଥିବା ବୌଦ୍ଧ ଭିଜିଲାନ୍ସ ଟିମ୍ ହାବୁଡରେ ଧରା ପଡ଼ିଥିଲେ।। ତେବେ ଘଟଣା ସମ୍ପର୍କରେ ଅଭିଯୁକ୍ତ ଆର୍‌ଆଇ କିମ୍ବା ଭିଜିଲାନ୍ସ ଅଧିକାରୀଙ୍କର ପ୍ରତିକ୍ରିୟା ହସ୍ତଗତ ହୋଇନାହିଁ।

You might also like
Leave A Reply

Your email address will not be published.